Surprise Me!

କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ବ୍ରହ୍ମପୁର ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା

2016-12-14 17 Dailymotion

ସରକାରଙ୍କ ବିମୁଦ୍ରୀକରଣ ଯୋଗୁଁ ବଜାରରେ ଖୁଚୁରା ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା। ଆଉ ଏଭଳି ସ୍ଥଳେ ଦେଶବାସୀଙ୍କୁ ବିଭିନ୍ନ ସ୍ଥାନରେ କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ଆହ୍ୱାନ କରାଯାଇଛି । ତେଣୁ ବ୍ରହ୍ମପୁରର ବିଭିନ୍ନ ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା। ସହରର ମୁଖ୍ୟ ପରିବା ବଜାରଠାରୁ ଆରମ୍ଭ କରି ଔଷଧ ଦୋକାନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନ୍ୟପଟେ ଏହାଦ୍ୱାରା ଜନସାଧାରଣ ଅନେକ ସୁବିଧା ପାଇଥିବା କହିଛନ୍ତି।... <br />ସରକାରଙ୍କ ବିମୁଦ୍ରୀକରଣ ପରେ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବଜାରରେ ଖୁଚୁରା ସମସ୍ୟା। ତେଣୁ କ୍ୟାସଲେସ୍ ଟ୍ରାଞ୍ଜକସନ୍ ପାଇଁ ଆହ୍ୱାନ କରାଯାଇଛି। ତେଣୁ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ଟ୍ରେନ ଟିକେଟ ପର୍ଯ୍ୟନ୍ତ ବୁକିଙ୍ଗ୍ କଲେ ରିହାତି ବ୍ୟବସ୍ଥା ବି ଘୋଷଣା ହୋଇଛି। ଆଉ ସରକାରଙ୍କ ଏହି ଆହ୍ୱାନ ପରେ ବ୍ରହ୍ମପୁରରେ ପ୍ରମୁଖ ସ୍ଥାନରେ ଆରମ୍ଭ ହୋଇଯାଇଛି ପେଟିଏମ୍ ବ୍ୟବସ୍ଥା । ବଡବଜାରରେ ରହିଥିବା ପ୍ରମୁଖ ପରିବା ବଜାରରେ ଖୁଚୁରା ସମସ୍ୟାକୁ ଦୂର କରିବା ପାଇଁ ବ୍ୟବସାୟୀ ପେଟିଏମ୍ ବ୍ୟବସ୍ଥା ଲାଗୁ କରିଛନ୍ତି। <br /> କେତେକ ଔଷଧ ଦୋକାନୀରେ ମଧ୍ୟ ଆରମ୍ଭ ହୋଇଛି ପେଟିମ୍ ବ୍ୟବସ୍ଥା। ଏହାଦ୍ବାରା ଖୁଚୁରା ସମସ୍ୟାର ସମାଧାନ ହେଉଛି। ଏହି ନୂତନ ବ୍ୟବସ୍ଥା ଉପରେ ଲୋକଙ୍କ ବିଶେଷ ଧାରଣା ନାହିଁ । ତେଣୁ କେତେକ ବ୍ୟବସାୟୀ ସୀମିତ ସମୟ ମଧ୍ୟରେ ପେଟିଏମ୍ ଉପରେ ଶିକ୍ଷା ପ୍ରଦାନ କରି କ୍ୟାସଲେସ ଟ୍ରାଞ୍ଜକସନ୍ କରିପାରୁଛନ୍ତି।

Buy Now on CodeCanyon