Surprise Me!

କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ

2025-01-08 1 Dailymotion

ଝାରସୁଗୁଡ଼ା: ବିନା ଜନଶୁଣାଣିରେ ଜମି ଅଧିଗ୍ରହଣ ଅଭିଯୋଗ । ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ କରି ଜମି ଅଧିଗ୍ରହଣ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ସଦର ବ୍ଳକ ହଂସାମୁରା କଣ୍ଟାପାଲି ଗ୍ରାମର ଗ୍ରାମବାସୀ । ଏହି ସମ୍ପ୍ରସାରଣକୁ ସରକାର ସ୍ଥଗିତ କରାଯାଉ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରୁଙ୍ଗଟା କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ ଝାରସୁଗୁଡା ବ୍ଳକ ମରାକୁଟା ଠାରେ ଥିବା ଆକ୍ସନ ଇସ୍ପାତକୁ ରୁଙ୍ଗଟା କମ୍ପାନୀ ଅଧିଗ୍ରହଣ କରିଥିଲା ଏବଂ ଗତ ମାସ ଏହାକୁ ନେଇ ମରାକୁଟାଠାରେ ଏକ ଜନ ଶୁଣାଣି ମଧ୍ୟ କରିଥିଲା ।ହେଲେ ଏବେ ସେହି ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ ପାଇଁ ହଂସାମୁରା କଣ୍ଟାପାଲି ଗ୍ରାମର ଜମି ମଧ୍ୟ ଅଧିଗ୍ରହଣ କରିବା ପାଇଁ ଖବର ପାଇ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀମାନେ ଏକ ବୈଠକ କରିଥିଲେ । ଯଦି ହଂସାମୁରା କଣ୍ଟାପାଲିଠାରେ କଂପାନୀ ତାର ସମ୍ପ୍ରସାରଣ କରେ ତେବେ ଗ୍ରାମରେ ପ୍ରଦୂଷଣ ବଢ଼ିବା ସହିତ ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ, କାରଣ ପୂର୍ବରୁ ଏହି ହଂସାମୁର କଣ୍ଟାପାଲି ଗ୍ରାମର ଚତୁରର୍ପଶ୍ଵରେ ଛୋଟ ବଡ଼ କଳ କାରଖାନା ରହିଛି । ଯାହାଦ୍ଵାରା ସ୍ଥାନୀୟ ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତି । ସେଥିପାଇଁ ଏଠାରେ ଅନ୍ୟ କୌଣସି କାରଖାନା ହେଲେ ଚାଷ ସହିତ ପାନୀୟ ଜଳ ମଧ୍ୟ ପ୍ରଦୂଷିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏନେଇ ଝାରସୁଗୁଡ଼ା ସହକାରୀ ଜିଲ୍ଲାପାଳ ସୁନିଲ ମିଶ୍ର କହିଛନ୍ତି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଦେଇଥିବା ଦରଖାସ୍ତକୁ ଆମେ ଗ୍ରହଣ କରୁଛୁ । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ଗ୍ରହଣ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣିକୁ ନେଇ ପୁଣି ତେଜିଲା ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଏହା ମଧ୍ୟ ପଢ଼ନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ଇଟିଭି ଭାରତ, ଝାରସୁଗୁଡ଼ା

Buy Now on CodeCanyon