Surprise Me!

ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା

2025-01-15 0 Dailymotion

ଅନୁଗୋଳ: ଅସମ୍ଭାଳ ହେଲାଣି ଅନୁଗୋଳ ଜିଲ୍ଲାର ଵାୟୁ ପ୍ରଦୂଷଣ । ବାୟୁରେ ଧୂଳିକଣାର ସୂଚକାଙ୍କ ୨୦୦ରୁ ଅଧିକ ରହୁଛି । ଏଭଳି ସ୍ଥିତିରେ କୋଇଲା ଖଣି ପାଇଁ ଗଛ କଟା ହେଉଛି । ଫଳରେ ପ୍ରଦୂଷଣ କମିବା ପରିବର୍ତ୍ତେ ଏହା ବୃଦ୍ଧି ପାଉଛି । ଯାହାର ପ୍ରତିକାର କରିବା ନେଇ ସରକାରଙ୍କୁ ଅବଗତ କରିବା ପାଇଁ ଅନୁଗୋଳରୁ ମୁଖ୍ୟମନ୍ତ୍ରୀଙ୍କ କଯ୍ୟାଳୟକୁ ସାଇକେଲରେ ଯାତ୍ରା କରିଛନ୍ତି ଜିଲ୍ଲାର କିଛି ଯୁବ ସ୍ବେଚ୍ଛାସେବୀ ।

ଅନୁଗୋଳ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୁବ ସମାଜସେବୀମାନଙ୍କ ଅଭିନବ ଉଦ୍ୟମ । ଆଜି ସକାଳ ୯ଟା ସମୟରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ୨୦ ଜଣ ଯୁବ ସମାଜସେବୀ ସାଇକେଲ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳେ ସାଇକେଲ ଯାତ୍ରାକୁ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଶୁଭାରମ୍ଭ କରିବା ସହ ଯୁବକମାନଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଛନ୍ତି ।

ଏନେଇ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି କହିଛନ୍ତି, "ଅନୁଗୋଳ ଜିଲ୍ଲା ଏବେ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ଆହୁରି ଖଣି ଓ କାରଖାନା ପାଇଁ ବ୍ୟାପକ ଜଙ୍ଗଲ କାଟାଯାଉଛି । ତେଣୁ ଆଗକୁ ଏହା ପ୍ରଭାବରେ ଅନୁଗୋଳ ଜିଲ୍ଲା ଆଉ ବସବାସ ପାଇଁ ଉପଯୁକ୍ତ ହୋଇ ରହିବ ନାହିଁ । ଏବେଠାରୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାର ସମୟ ଆସିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବା ପାଇଁ ଯୁବ ସମାଜସେବୀ ମାନେ ସାଇକେଲରେ ଭୁବନେଶ୍ୱର ଯାତ୍ରା କରିଛନ୍ତି ।"

ସମାଜସେବୀ ପର୍ଶୁରାମ ଦାସ କହିଛନ୍ତି, "ଅନୁଗୋଳ ବର୍ତ୍ତମାନ ଏକ ପ୍ରଦୂଷିତ ସହର ଭାବରେ ପରିଗଣିତ ହୋଇଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନୁଗୋଳକୁ କୁପରି ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେ ଦିଗରେ ସରକାର ତତ୍ପରତା ଦେଖାନ୍ତୁ । ପ୍ରଦୂଷଣ ବିଭାଗ ଯେଭଳି କାମ କରିବା କଥା ସେଭଳି କରୁନାହିଁ । ତେଣୁ ଏଭଳି ସମସ୍ୟା ହେଉଛି । ଅନୁଗୋଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇବା ପାଇଁ ଜିଲ୍ଲାର 20 ଜଣ ସ୍ବେଚ୍ଛାସେବୀ ଅନୁଗୋଳରୁ ରାଜଭବନ ଅଭିମୁଖେ ବାହାରିଛୁ ।"

ଇଟିଭି ଭାରତ, ଅନୁଗୋଳ

Buy Now on CodeCanyon