Surprise Me!

ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା

2025-06-05 4 Dailymotion

ପୁରୀ: ଆଜି ବିଶ୍ବ ପରିବେଶ ସୁରକ୍ଷା ଦିବସ । ସାରା ବିଶ୍ଵରେ ପରିବେଶକୁ ସୁରକ୍ଷା ଦେବା ଏବଂ ପ୍ରଦୂଷଣ ରୋକିବା ନେଇ ଜନସାଧାରଣଙ୍କ ଭିତରେ ସଚେତନତା ନିମନ୍ତେ ପ୍ରତିଦିନ ଆଜିର ଦିନରେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ପ୍ରସଙ୍ଗ ରହିଛି ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ ସମୁଦ୍ରରେ ପ୍ଲାଷ୍ଟିକ ମିଶିବାରୁ ପ୍ରଦୂଷଣ ପ୍ରଭାବରେ ସାମୁଦ୍ରିକ ଜଳଜୀବଙ୍କ ଅକାଳରେ ମୃତ୍ୟୁ ହେଉଛି । ବିଶ୍ଵ ପରିବେଶ ଦିବସ ଅବସରରେ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ ସହ ପ୍ରଦୂଷଣ ରୋକିବାକୁ ବିଶ୍ଵବାସୀ ଆଗେଇ ଆସିବାକୁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ 30ଫୁଟର ଏକ ବିଶାଳ ମାଛର ପ୍ରତିକୃତି ସୁଦର୍ଶନ ବାଲିରେ ତିଆରି କରିଛନ୍ତି। ଏଥିରେ ଏକ ହଜାର ପ୍ଲାଷ୍ଟିକ ବୋତଲକୁ  ଖଞ୍ଜା ଯାଇଛି । ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଆମେ ବର୍ଜନ କରିବା ଉଚିତ୍।

ଏହା ମଧ୍ୟ ପଢନ୍ତୁ-ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା - WORLD NO TOBACCO DAY 2025

ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକା ଚିତ୍ରକଳାରେ 30 ଫୁଟର ଏକ ମାଛ ତିଆରି କରାଯାଇଛି। ଏକ ହଜାର ପ୍ଲାଷ୍ଟିକ ବୋତଲ ଏଥିରେ ବ୍ୟବହାର କରାଯାଇଛି। ସାରା ବିଶ୍ଵରେ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଗୁରୁତର ରୂପ ଧାରଣ କରିଛି । ପ୍ଲାଷ୍ଟିକ ଯୋଗୁ ଆମ ପରିବେଶ ବହୁତ୍ କ୍ଷତିଗ୍ରସ୍ତ ହେଉଛି। ଏଣୁ ଆମ ସମସ୍ତେ ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସଚେତନ ହେବା ଉଚିତ୍। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ ବର୍ଜନ କରିବା ଉଚିତ୍। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି ସାମୁଦ୍ରିକ ଜୀବ। ଏଣୁ ଆମେ ସମସ୍ତେ ପ୍ଲାଷ୍ଟିକ ପ୍ରଦୂଷଣ ନେଇ ସଚେତନ ହେବା ସହ ପ୍ଲାଷ୍ଟିକ ବ୍ୟବହାର ରୁ ଦୂରେଇ ରହିବା ଉଚିତ୍।

ଇଟିଭି ଭାରତ, ପୁରୀ

Buy Now on CodeCanyon