<p>ପୁରୀ: ବାଲୁକା ଚିତ୍ରକଳାରେ ମୋଦି ସରକାରର 11 ବର୍ଷ ପୂର୍ତ୍ତିକୁ ନେଇ ଶୁଭେଚ୍ଛା ବାର୍ତ୍ତା । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର 11 ବର୍ଷ ପୁରଣ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳାରେ ମୋଦି ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। </p><p>ପୁରୀର ନିଳାଦ୍ରୀ ବିଚରେ ସୁଦର୍ଶନ ବାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି ନିର୍ମାଣ କରିଥିବା ବେଳେ ବିଗତ 11 ବର୍ଷରେ ମୋଦି ସରକାରଙ୍କ ସଫଳ ଯୋଜନାକୁ ମଧ୍ୟ ବାଲୁକା ଚିତ୍ରକଳାରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ ହୋଇଥଲା । </p><p>ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, "କେନ୍ଦ୍ର ରେ ମୋଦି ସରକାର୍ 11 ବର୍ଷ ପୂରଣ କରିଛି । ଏହି ଅବସରରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ଆସୁଥିବା ବେଳେ ମୁଁ ଜଣେ କଳାକାର ହିସାବରେ ମୋ କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରଙ୍କ 11 ବର୍ଷ ପୂର୍ତ୍ତିକୁ ଅଭିନନ୍ଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ବିକଶିତ ଭାରତ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି ତାହା ବହୁତ ସ୍ବାଗତଯୋଗ୍ୟ । ଏହା ନିଶ୍ଚିତ ଭାରତକୁ ବିକଶିତ କରିବ।" </p>