Surprise Me!

ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ

2025-06-09 28 Dailymotion

Students Makes Chariots For Ratha Yatra ଖୋର୍ଦ୍ଧା: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ରଥରେ ବିରାଜି ମାଉସୀ ମା’ ଘରକୁ ଯିବେ ବିଶ୍ବନିଅନ୍ତା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ । କେବଳ ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ ନୁହେଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗଡ଼ ସାହି ବି ଖୁବ ଚଳଚଞ୍ଚଳ । କାରଣ ଏଠି ପିଲାମାନେ ଲାଗିପଡିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣରେ । ଅବିକଳ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ବଜ ପରି କୁନି ରଥ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

ରଥ ନିର୍ମାଣ କରୁଛନ୍ତି କୁନି କାରିଗର:
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗଡ଼ ସାହି । ଏଠାରେ 15ରୁ 16 ବର୍ଷର ପିଲାମାନେ ନିର୍ମାଣ କରୁଛନ୍ତି କାଳିଆ ସାଆନ୍ତଙ୍କ ପାଇଁ ରଥ । ପୁରୀ ରଥ ପରି ଅବିକଳ ରଥ ଦେଖାଯାଉଥିଲେ ସୁଦ୍ଧା ଏହା ତା ତୁଳନାରେ ବହୁତ ଛୋଟ । ପିଲାମାନେ ନିଜର ଅପୂର୍ଵ କାରିଗରୀ ମାଧ୍ୟମରେ ତିନି ରଥକୁ ପ୍ରସ୍ତୁତ କରିଛନ୍ତି । ସୂକ୍ଷ୍ମ କାରୁକାର୍ଯ୍ୟ ନିର୍ମିତ ରଥ ଦେଖିବାକୁ ଅତି ସୁନ୍ଦର ଏବଂ ଚିତାକର୍ଷକ ହୋଇଛି । କାଠ ବାଉଁଶ ପଟା କାଗଜ ରଙ୍ଗ କପଡା ବ୍ୟବହାର କରି ଏହି ରଥକୁ ପ୍ରସ୍ତୁତ କରାଯାଇଛି ।

ଖରା ଛୁଟିରେ ନିର୍ମାଣ କଲେ ରଥ:

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରେ ଏହି ପିଲାମାନେ ଖରା ଛୁଟିରେ ସମୟକୁ ସଦୁପଯୋଗ କରି ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ କୁନି ରଥ ନିର୍ମାଣ କରିବାକୁ ମନ ବାଳାଇଥିଲେ । ଏନେଇ ଅକ୍ଷୟ ତୃତୀୟ ଦିନ ଠାରୁ ଏହି ରଥ ପ୍ରସ୍ତୁତିରେ ଲାଗିପଡିଛନ୍ତି ପିଲାମାନେ । ଏହାକୁ ନେଇ ରଥଯାତ୍ରା ଦିନ ଏହି ରଥକୁ ବୋଲଗଡ ବଡ଼ ଦାଣ୍ଡରେ ଗଡ଼ାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ଆଶା ରଖିଛନ୍ତି ଏମାନେ ।

ରଥ ସମ୍ପର୍କରେ...

ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ ଭାଇଙ୍କ ରଥର ଉଚ୍ଚତା ପାଞ୍ଚ ଫୁଟ ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥର ସାଢେ 4 ଫୁଟ ରହିଛି । ସେଭଳି ନାହାକା , ଘୋଡା, ଚକ, ଆଖ, ଅର, ଅଇ ସାରଥୀ ମଧ୍ୟ ରଥରେ ସ୍ଥାନ ପାଇଛନ୍ତି ଏବଂ ଦେଖିବାକୁ ବେଶ ଆକର୍ଷଣୀୟ ମଧ୍ୟ ଲାଗୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:
ରଥଯାତ୍ରାରେ କୋଭିଡ ମୁକାବିଲା: ‘ମାସ୍କ ବାଧ୍ୟତାମୂଳକ, କରୋନା ଲକ୍ଷଣ ଥିଲେ ଆସିବା ମନା’
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ, ଦିବା 12ଟା 20ରୁ 1ଟା 45 ଯାଏଁ ଚାଲିବ ସ୍ନାନ

ରଥ ଉପକରଣ ବିକ୍ରି ପାଇଁ ଆସିଲା ନୂଆ ଏସଓପି, ଜାଣନ୍ତୁ କେତେ ରହିଛି ମୂଲ୍ୟ ?

ରଥ ପାଇଁ କେତେ ଖର୍ଚ୍ଚ ହୋଇଛି ?

ରଥ ନିର୍ମାଣ କରୁଥିବା ପିଲାମାନେ କହିଛନ୍ତି, ‘ଆମେ 8 ଜଣ ମିଶି ରଥ ନିର୍ମାଣ କରିଛୁ । ପାଖାପାଖି 5 ରୁ 6 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ପରିବାରଲୋକେ ସାହାଯ୍ୟ କରିଛନ୍ତି ।

ପିଲାଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ପ୍ରଶଂସା:

ଏନେଇ ଅଭିଭାବକ କହିଛନ୍ତି, ‘ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲୋକଙ୍କୁ ଯୋଗାଇ ଦେବାକୁ ସେମାନେ ପିଲାଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ।’ ସେପଟେ ପିଲାମାନଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Buy Now on CodeCanyon