Surprise Me!

ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ

2025-06-26 14 Dailymotion

Rath Yatra2025,ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତବୃନ୍ଦଙ୍କୁ ଦର୍ଶନ ଦେବା ପାଇଁ ଚତୁର୍ଦ୍ଧା ମୂର୍ତ୍ତୀ ମନ୍ଦିରରୁ ରଥରେ ବିଜେ କରିବେ । କାଳିଆ ସାଆନ୍ତ, ବଡ ଠାକୁର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ଭକ୍ତ ମନରେ ଅଜସ୍ର ଉତ୍କଣ୍ଠା । ସେଥିପାଇଁ କିଏ କେତେ ଦୂରରୁ ଠାକୁରଙ୍କ ଗୋଟେ ଝଲକ ପାଇବାକୁ ଖରା, ବର୍ଷା ଭୁଲି ପୁରୀ ଅଭିମୁଖେ ବାହାରି ପଡିଛନ୍ତି ।

43 ବର୍ଷ ଧରି ଖାଲି ପାଦରେ ଆସନ୍ତି ଠାକୁରଙ୍କ ଦର୍ଶନ ପାଇଁ:

ଆମ ପ୍ରତିନିଧି ଏପରି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ଭେଟିଥିଲେ ଯେଉଁମାନେ ଦୀର୍ଘ 43 ବର୍ଷ ଧରି ଖାଲି ପାଦରେ ରଥଯାତ୍ରାରେ ସାମିଲ ହୋଇଆସୁଛନ୍ତି । ବୟସ୍କ ବ୍ୟକ୍ତିଙ୍କ ଠାରୁ ଯୁବକ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ଏଥିରେ ସାମିଲ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ: ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ଠାକୁରଙ୍କ ଦର୍ଶନ କରି ଭଲ ହୋଇଥିଲା ଦୂରାରୋଗ୍ୟ:

ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ବାର୍ତ୍ତାଳାପ କରିବାରୁ ସେମାନେ ପ୍ରକାଶ କରିଥିଲେ, ମଦନ ଦାସ ନାମକ ଜଣେ ବ୍ୟକ୍ତି କୌଣସି ଦୂରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ । ରଥଯାତ୍ରା ଅବସରରେ ସେ ଖାଲିପାଦରେ ଯାଜପୁରର ଧନେଶ୍ୱର ଗ୍ରାମରୁ ପୁରୀ ଯାଇ ରଥଯାତ୍ରାରେ ସାମିଲ ହୋଇଥିଲେ । ମାତ୍ର ୩ ଦିନ ମଧ୍ୟରେ ସେ ରୋଗମୁକ୍ତ ହୋଇଥିଲେ । ସେହିଦିନ ଠାରୁ ରଥଯାତ୍ରା ପୂର୍ବରୁ ଉକ୍ତ ଗାଁର ଅନେକ ଲୋକ ଖାଲି ପାଦରେ ପୁରୀ ଆସୁଛନ୍ତି । ସେ ଖରା ହେଉ କିମ୍ବା ବର୍ଷା ସେମାନଙ୍କୁ ପୁରୀ ଆସିବାରେ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ ।

୬୧ ବର୍ଷୀୟ ବୟସ୍କ ଭକ୍ତ ଜଣକ କହିଛନ୍ତି ଯେ, ସେ ଦୀର୍ଘ ୧୭ ବର୍ଷ ହେବ ଖାଲି ପାଦରେ ପୁରୀ ଆସୁଛନ୍ତି ଭଗବାନଙ୍କ ଦର୍ଶନ ପାଇଁ । ପାଦରେ ଫୋଟକା ହେଲେ ବି କୌଣସି କଷ୍ଟ ଅନୁଭବ ହୋଇନଥାଏ । ସଂକୀର୍ତ୍ତନ କରି ରଥଯାତ୍ରାରେ ସାମିଲ ହୋଇଥାନ୍ତି ଭକ୍ତ ମାନେ । ସେହିପରି ଅନେକ ଯୁବକ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ
ଏହା ମଧ୍ୟ ପଢନ୍ତୁ: ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ

Buy Now on CodeCanyon