Surprise Me!

ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ

2025-06-27 240 Dailymotion

ବୌଦ୍ଧ: ଆଜି ପବିତ୍ର ଘୋଷ ଯାତ୍ରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ବଡ଼ ଠାକୁରଙ୍କ ନବ ଦିନାତ୍ମକ ଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ନୁହେଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି । ତେବେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା । ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ବଜ୍ରକ୍ଷେତ୍ର ବୌଦ୍ଧ ଜିଲ୍ଲରେ ଜଗନ୍ନାଥ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଆସିଛି। ନୀଳମାଧବ ସଂସ୍କୃତିର ଆଦିପୀଠ ଭାବରେ ପରିଚିତ ବଜ୍ରକ୍ଷେତ୍ରରେ ସପ୍ତଦଶ ଶତାବ୍ଦୀରୁ ପୂଜା ପାଇ ଆସୁଛନ୍ତି ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ଆଦି ରୂପ ନୀଳମାଧବଙ୍କ ପୂଜାର୍ଚ୍ଚନା ନବମ ଶତାବ୍ଦୀ ବେଳକୁ ହେଉଥିବା ଗନ୍ଧରାଡି ର ନୀଳମାଧବ ମନ୍ଦିରରୁ ପ୍ରମାଣ ମିଳିଥାଏ । ସାରା ବିଶ୍ୱରେ ଚତୁର୍ଦ୍ଧା ବିଗ୍ରହ ଗୁଡିକ ଲିମ୍ବ କାଠ ବା ଦାରୁ ରେ ନିର୍ମାଣ ହେଉଥିବା ବେଳେ ବୌଦ୍ଧର ଚତୁର୍ଦ୍ଧା ବିଗ୍ରହ ବିରଳ ତଥା ସୁବାସିତ ଚନ୍ଦନ କାଠରେ ନିର୍ମିତ । ଏଠାରେ ନବକଳେବର ନହୋଇ ସେହି ସମୟରେ କେବଳ ଠାକୁରଙ୍କୁ ପଟି ପ୍ରଦାନ କରାଯାଇଥାଏ । ସେହିପରି ଶ୍ରୀ ବିଗ୍ରହ ମାନେ ମନ୍ଦିରରୁ ବାହାରି ରଥରୂଢରେ ପହଂଚିବା ପର୍ଯ୍ୟନ୍ତ ଭକ୍ତଙ୍କ ଗୃହ ସମ୍ମୁଖରେ ଏକ ବାଟ ଭୋଗ ଲାଗି ହେବାର ପରମ୍ପରା ରହିଆସିଛି । ଚତୁର୍ଦ୍ଧା ବିଗ୍ରହ ରଥରୂଢ଼ ପରେ ପରମ୍ପରା ମୁତାବକ ବୌଦ୍ଧର ରାଜା ରଥ ଉପରେ ଛେରା ପଂହଁରା କରିଥିଲେ। ଏହାପରେ ଆଉ ଏକ ପରମ୍ପରା ମୁତାବକ ଗତ ବର୍ଷ ବାହୁଡା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ଗ୍ରହଣ ହୋଇଥିବା କୁନି କୁନି ଶିଶୁଙ୍କୁ ଠାକୁର ଓ ରଥ ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଇସ୍କନରେ ଗଡ଼ିଲା 3 ରଥ, ସୁଭଦ୍ରା ରଥକୁ ଟାଣିନେଲେ ମହିଳା ଭକ୍ତ

ବୌଦ୍ଧ, ଇଟିଭି ଭାରତ

Buy Now on CodeCanyon