Surprise Me!

ମନରେ ଡର, ଓଦା ଆଖି ଓ ତାଳିରେ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ବାଗତ କଲେ ପରିବାର, ଦେଖନ୍ତୁ ଭିଡିଓ

2025-07-15 13 Dailymotion

<p>ଆକ୍ସିଓମ-4 କ୍ରୁ ସଦସ୍ୟଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପରେ, ଶୁକ୍ଲାଙ୍କ ପିତାମାତା ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଡ୍ରାଗନ ସ୍ପେସକ୍ରାଫ୍ଟର ସ୍ପ୍ଲାଶଡାଉନ୍ ହେବାପରେ ସେମାନେ ଓଦା ଆଖିରେ ସମସ୍ତଙ୍କ ସହିତ ତାଳି ମାରିବାର ଦୃଶ୍ୟ ଭିଡିଓରେ ଦେଖାଯାଇଥିଲା । ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, "ମୋ ପୁଅ ସଫଳତାର ସହ ଘରକୁ ଫେରିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ।" ସେହିପରି ଶୁକ୍ଳାଙ୍କ ପିତା ସମ୍ଭୁ ଦୟାଲ ଶୁକ୍ଳାଙ୍କ ଯାତ୍ରାକୁ ଐତିହାସିକ କହିବା ସହ ତାଙ୍କ ଉପରେ ବେଶ ଗର୍ବିତ ବୋଲି କହିଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ 18 ଦିନ ବିତାଇବା ପରେ ଆଜି ଅପରାହ୍ନ 3.02ଟାରେ ପୃଥିବୀରେ ପହଞ୍ଚିଛନ୍ତି ଶୁକ୍ଳା ଓ ସାଥୀ ମହାକାଶଚାରୀ । ଏବେ ସେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପଖୁଆଇବା ଲାଗି 7 ଦିନିଆ ରିହାବିଲିଟେସନ ପ୍ରକ୍ରିୟାରେ ଯିବେ । ଏହାପରେ ସେ ଭାରତ ଫେରିବେ । </p>

Buy Now on CodeCanyon