Surprise Me!

ଓଡିଶା ବନ୍ଦ ବେଳେ ମହିଳା ବେହୋସ, ଏମିତି ବଞ୍ଚାଇଲେ ପୋଲିସ ବାବୁ...

2025-07-17 11 Dailymotion

<p>Bharat Band, ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ଦେଇଛି 12 ଘଣ୍ଟିଆ ବନ୍ଦ ଡାକରା । ରାଜ୍ୟ ପରିବହନ ବ୍ୟବସ୍ଥା ଠପ୍ ହୋଇ ପଡିଛି । ଏହି ସମୟରେ ରାସ୍ତା ମଝିରେ ଫସି ରହିଥିଲା ଖଡ଼ିଆଳରୁ କଟକ SCB ମେଡିକାଲକୁ ଯାଉଥିବା OD02CZ6399 ନମ୍ବର ବିଶିଷ୍ଟ ସାରଳା ବସ ।  </p><p>କଟକ SCB ମେଡିକାଲକୁ ଯାଉଥିବା  ସାରଳା ବସରେ ଜଣେ ମହିଳା ରୋଗୀଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ସେ ବସରୁ ବାହାରି ନିଜେ ମେଡିକାଲ ଯିବାକୁ ବାହାରିଥିଲେ । ମାତ୍ର ସେ ଠିଆ ହେବା ଅବସ୍ଥାରେ ମଧ୍ୟ ନଥିଲେ । ଏହି ସମୟରେ ମହିଳାଙ୍କ ଉପରେ ପାହାଳ ଥାନା SI ସ୍ମୃତି ରଞ୍ଜନଙ୍କ ନଜର ପଡିଥିଲା । ସେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ମହିଳାଙ୍କୁ ହାତରେ ଟେକି ନେଇ ରାସ୍ତା ପାର କରାଇଥିଲେ । ଏହା ପରେ ଆମ୍ବୁଲାନ୍ସ ଡକାଇ କଟକ ଡାକ୍ତରଖାନା ପଠାଇଥିଲେ ପୋଲିସ ଅଧିକାରୀ । ପାହାଳ ଥାନା ସବଇନସ୍ପେକ୍ଟର ସ୍ମୃତି ରଞ୍ଜନଙ୍କ ଏଭଳି କାମ ଦେଖି ଉପସ୍ଥିତ ଲୋକ ପ୍ରଶଂସା କରିଥିଲେ ।  </p>ଏହା ମଧ୍ୟ ପଢନ୍ତୁ: ଲାଇଭ Odisha Bandh LIVE: ବାଲେଶ୍ବର ଛାତ୍ରୀ ନିର୍ଯାତନା ମାମଲା, କଂଗ୍ରେସର 12 ଘଣ୍ଟିଆ ବନ୍ଦର ରାଜ୍ୟସାରା ପ୍ରଭାବ, ଯାତ୍ରୀ ହନ୍ତସନ୍ତ</a><p>ଇଟିଭି ଭାରତ, ଭୁବନେଶ୍ବର</p>

Buy Now on CodeCanyon