Surprise Me!

ଶୋଭନା ମହାନ୍ତି Exclusive; 'ପ୍ରତ୍ୟେକ ନାରୀଙ୍କୁ ନ୍ୟାୟ ପାଇଁ ତତ୍ପର ରହିବି'

2025-08-05 14 Dailymotion

ବାଲେଶ୍ବର: ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି ଶୋଭନା ମହାନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଗତ କିଛିଦିନ ଧରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ସମାଧାନ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କ କଣ ପଦକ୍ଷପ ରହିବ ସେନେଇ 'ଇଟିଭି ଭାରତ'କୁ ପ୍ରତିକ୍ରିୟା ଦେଇଛନ୍ତି ସୋଭନା ମହାନ୍ତି ।

ETV Bharata: କେମିତି ଦାୟିତ୍ବ ତୁଲାଇବେ ?

ଶୋଭନା ମହାନ୍ତି: ସମାଜରେ ଥିବା ଅବହେଳିତ ଓ ନିଷ୍ପେସିତ ମହିଳା କେମିତି ସଠିକ୍‌ ନ୍ୟାୟ ପାଇବେ ସେ ଦାୟିତ୍ବ ସୂଚାର ରୂପେ ତୁଲାଇବି । ମୁଖ୍ୟମନ୍ତ୍ରୀ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ଧନ୍ୟବାଦ । ଏହି ଦାୟିତ୍ବକୁ ମୁଁ ଠିକ୍‌ ଭାବରେ ତୁଲାଇବା ପାଇଁ ସଦା ସର୍ବଦା ଚେଷ୍ଟିତ ରହିବି ।

ETV Bharata: ତୃଣମୂଳ ସ୍ତରରେ କେମିତି ପହଞ୍ଚିବେ ?

ଶୋଭନା ମହାନ୍ତି: ପ୍ରତିଟି ମହିଳା କେମିତି ସୁରକ୍ଷା ପାଇବେ ସୋଥିପାଇଁ ମୋ ଚେଷ୍ଟା ଜାରି ରହିବ । ଏଥିପାଇଁ ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଚେତନ କରାଯିବ । ଗଣମାଧ୍ଯମ ମାଧ୍ୟମରେ ମଧ୍ୟ ମହିଳାମାନଙ୍କୁ ସଚେତନ କରାଯିବ ।

ETV Bharata: ମହିଳାଙ୍କୁ କେମିତି ସୁରକ୍ଷା ଦେବେ ?

ଶୋଭନା ମହାନ୍ତି: ମହିଳାଙ୍କୁ ନ୍ୟାୟ ପାଇଁ ଆଉ ବାରମ୍ବାର ଏଯାଗାରୁ ସେ ଯାଗାକୁ ଦୌଡିବାକୁ ପଡ଼ିବ ନାହିଁ । ମହିଳାମାନେ ଅଭିଯୋଗ କରିବା ପରେ ଯେଭଳି ଫେଲୁଅର ନ ହେବେ ସେଥିପାଇଁ ଚେଷ୍ଟା କରିବି । ପ୍ରେତିଟି ମହିଳା ଯେଭଳି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ନିର୍ଣ୍ଣାୟକ ଭୂମିକାରେ ଭାଗ ନେବି । ମହିଳାଙ୍କ ନ୍ୟାୟ ପାଇଁ ତତ୍ପର ରହିବି ।

ETV Bharata: ଚ୍ୟାଲେଞ୍ଜେସ୍‌କୁ କେମିତି ସାମ୍ନା କରିବେ ?

ଶୋଭନା ମହାନ୍ତି: ଯେଉଁ ସବୁ ଅଭିଯୋଗ ଆସିବ ମୁଁ ତାକୁ ଶୁଣିବି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦେଖିବି ।
ଏହା ମଧ୍ୟ ପଢ଼ନ୍ତୁ...ଶୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା
ETV Bharata: ମହିଳାଙ୍କୁ କେମିତି ସଚେତନ କରିବେ ?

ଶୋଭନା ମହାନ୍ତି: ସରକରାଙ୍କ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରାଯିବ । ସରକାରଙ୍କ ଯେଉଁ ଗାଇଡଲାଇନ ଆସିବ ତାହା କେମିତି ତ୍ବରାନିତ୍ବ ହେବ ସେଥିପ୍ରତି ଧ୍ୟାନ ଦିଆଯିବ । ସମାଜରେ ଯେଉଁ ମହିଳାମାନେ ଅନ୍ୟାୟର ଶୀକାର ହେଉଛନ୍ତି ସେମାନଙ୍କ ପାଖରେ ପହଞ୍ଚିବି ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ ।

ଇଟିଭି ଭାରତ, ବାଲେଶ୍ବର

Buy Now on CodeCanyon