Surprise Me!

ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?

2025-09-29 4 Dailymotion

Bela Barani Of Maa Durga କଟକ: ଆଜି ମହାମାୟାଙ୍କ ମହା ସପ୍ତମୀ ପୂଜା । ମା'ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଧରାପୃଷ୍ଟ । ସବୁଠୁ ଉତ୍ସବର ମାହୋଲ । ଗତକାଲି ଷଷ୍ଠୀ ଠାରୁ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜା ପାଇଁ ଆବାହନ ଵିଧି ଆରମ୍ଭ ହୋଇଛି । ତେବେ ଷଷ୍ଠୀରେ ବେଲ ବୃକ୍ଷ ମୂଳରେ ପୂଜା କରାଯାଇଥାଏ । ବିଶେଷକରି ବେଲବରଣୀ କରି ମା'ଙ୍କୁ ଆମନ୍ତ୍ରଣ କରାଯାଏ । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ବେଲବରଣୀ କରି ମା'ଙ୍କୁ ଆମନ୍ତ୍ରଣ କରାଯାଇଛି ।  ବାଦ୍ୟ, ଘଣ୍ଟ, ଶଙ୍ଖ ବଜାଇ ମଣ୍ଡପ ନିକଟରୁ ପୂଜା ସାମଗ୍ରୀ ନେଇ ବେଲ ବୃକ୍ଷ ନିକଟକୁ ଯାଇଥାନ୍ତି । ସେଠାରେ ବେଲ ବୃକ୍ଷକୁ ପୂଜା କରାଯିବାର ପରମ୍ପରା ରହିଛି । ବେଲ ବୃକ୍ଷ ନିକଟରେ ବିଭିନ୍ନ ରୀତିନୀତିରେ ପ୍ରଥମ ପୂଜା କରାଯାଇଥାଏ । ତେବେ ଏହି ଅବସରରେ ଯୁଗ୍ମ ବେଲର ପୂଜା କରାଯାଇଥାଏ ।

କାହିଁକି ଯୁଗ୍ମ ବେଲ ପୂଜା କରାଯାଏ ? କଣ ରହିଛି ପରମ୍ପରା ?

ପବିତ୍ର ଷଷ୍ଠୀ ପୂଜାରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ । ପୂଜକ  ହିମାଂଶୁ ଭୂଷଣ ରଥଶର୍ମା କହିଛନ୍ତି, "ମା' ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ, ପ୍ରଥମେ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା'ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ । ଏହି କ୍ରମରେ ସମସ୍ତ ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଥାଏ ।  ବେଲ ବୃକ୍ଷଙ୍କୁ ଦେବୀ ରୂପରେ କଳ୍ପନା କରାଯାଇ ପୂଜା କରାଯାଏ । ପୂଜା କାର୍ଯ୍ୟ ଶେଷ ହେବା ପରେ ଯୁଗ୍ମ ବେଲ ଥିବା ଡ଼ାଳକୁ ଛେଦନ କରି ମା'ଙ୍କୁ ଆମନ୍ତ୍ରଣ କରାଯିବାର ବିଧି ରହିଛି ।"

ଇଟିଭି ଭାରତ, କଟକ

Buy Now on CodeCanyon