Surprise Me!

ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ

2025-10-02 13 Dailymotion

କଟକ: ମା' ଧରାବତରଣ କରିବାର ନବମ ଦିନ ସରିଯାଇଛି । ମା'ଙ୍କ ବିଦାୟ ସମୟ ଉପନୀତ । ମା'ଙ୍କୁ ସିନ୍ଦୂର ପିନ୍ଧାଇ ପରସ୍ପରକୁ ସିନ୍ଦୂର ଲଗାଉଛନ୍ତି ମହିଳାମାନେ । ନିଜ ଝିଅ ଶାଶୁ ଘରକୁ ଯିବା ଭଳି ମା'ଙ୍କୁ ମେଲାଣି ଦେଉଛନ୍ତି ମହିଳାମାନେ ।

ଝିଅ ଭଳି ବିଦାୟ ଦିଅନ୍ତି ମା'ଙ୍କୁ:

ଆଜି ବିଜୟାଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ ଦିବସ । କଟକର କାଜିବଜାର ପୂଜା ମଣ୍ଡପରେ ଦେବୀଙ୍କୁ ମା' ରୂପରେ ନୁହେଁ ବରଂ ଝିଅ ରୂପରେ ପୂଜା କରାଯାଇଥାଏ । ସେଥିପାଇଁ ତ ଝିଅକୁ ବିଦା ଭଳି ମା'ଙ୍କୁ ବିଦା କରିବାର ପରମ୍ପରାକୁ ଆଜି ପାଳନ କରାଯାଇଥାଏ । ବିଜୟାଦଶମୀ ଦିନ ମା'ଙ୍କ ନିକଟରେ ସିନ୍ଦୂର ଖେଳ ଖେଳିବାର ପରମ୍ପରା ବି ରହିଛି । ସଧଵା ମହିଳାମାନେ କେବଳ ଏହି ଖେଳ ଖେଳିଥାନ୍ତି । ମହିଳାମାନେ ପ୍ରଥମେ ମା'ଙ୍କ ପାଦରେ ସିନ୍ଦୂର ଦେଇଥାନ୍ତି । ପରେ ପରସ୍ପର ମଧ୍ୟରେ ସିନ୍ଦୂର ଲଗାଇ ମା'ଙ୍କୁ ବିଦାୟ ଦେଇଥାନ୍ତି । ତେବେ ଝିଅ ଘରୁ ବିଦା ହେବା ବେଳେ ଯେମିତି କୋହ ଆସେ, ମା'ଙ୍କୁ ବିଦା କରିବା ସମୟରେ ସେହିପରି କୋହ ଆସିଥାଏ ବୋଲି ମହିଳା ଭକ୍ତମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ରାଜଧାନୀର ୮ ସ୍ଥାନରେ ହେବ ରାବଣ ପୋଡି, ଭସାଣ ପାଇଁ ଆସିଲା ଟ୍ରାଫିକ କଟକଣା

କେମିତି ଆର୍ବିଭୂତ ହୋଇଥିଲେ ମା' ଦୁର୍ଗା, କଣ କୁହେ ପୁରାଣ ?

ଦହି ପଖାଳ ଖାଇ ମେଲାଣି ନିଅନ୍ତି ମା':
ଦଶହରାର ଆଜି ଶେଷ ଦିନ ବିଜୟା ଦଶମୀ । ପରମ୍ପରା ଅନୁଯାୟୀ ସହରର ଅନେକ ପୂଜା ମଣ୍ଡପରେ ମା'ଙ୍କ ପୂଜା କରାଯାଉଛି । ବିଶେଷକରି ଆଜି ବିଜୟା ଦଶମୀରେ ଅନେକ ପରମ୍ପରାକୁ ଆଜି ବି ବଜାୟ ରଖିଛି କଟକ । ବିଜୟା ଦଶମୀରେ ଦହି ପଖାଳ ଦେଇ ମା'ଙ୍କୁ ବିଦାୟ ଦେବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି । କଟକ କାଜିବଜାର ପୂଜା ମଣ୍ଡପ ଏହାର ଅନ୍ୟତମ ଉଦାହରଣ ବୋଲି କୁହାଯିବ । ମଣ୍ଡପରେ ମା’ ପୂଜା ପାଇବା ଦିନ ଠାରୁ ହିଁ ଏଠାରେ ଦହି ପଖାଳ ଭୋଗ ଲାଗୁ କରାଯାଏ । ଦହିପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମା'ଙ୍କ ପାଖରେ ଲାଗୁ କରାଯାଇଥାଏ ।

ଇଟିଭି ଭାରତ, କଟକ

Buy Now on CodeCanyon