ହାଇଦ୍ରାବାଦ: ରାଜସ୍ଥାନର ଅଲୱରରେ ସ୍ଥିତ ଭେଙ୍କଟେଶ ବାଲାଜୀ ମନ୍ଦିରକୁ ଆସିଛନ୍ତି ଦୁଇ ନୂତନ ଅତିଥି । ଦେଶର ଦୂର୍ଲଭ ପ୍ରଜାତିର ପୁଙ୍ଗନୂର ଗାଈ ଏବେ ଏହି ମନ୍ଦିରରେ ରହିବେ । ଏମାନଙ୍କ କମ୍ ଉଚ୍ଚତା ବିଶିଷ୍ଟ ଶରୀର ଓ ନୀରିହ ମୁହଁ ଦେଖି ଆପେ ଆପେ ସ୍ନେହ ଆସିଥାଏ । ମନ୍ଦିର ପକ୍ଷରୁ ଏହି ଦୁଇ ଗାଈଙ୍କ ନାମ ରାଧା ଓ କୃଷ୍ଣ ରଖାଯାଇଛି ।

ଆନ୍ଧ୍ରପ୍ରଦେଶର ପୁଙ୍ଗନୂର ଅଞ୍ଚଳରେ ଏହି ଦୁର୍ଲଭ ପ୍ରଜାତିର ଗାଈ ଦେଖିବାକୁ ମିଳିଥାନ୍ତି । ଏମାନଙ୍କର ଉଚ୍ଚତା ପାଖାପାଖି 24 ରୁ 27 ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ । ଏହି ପ୍ରଜାତିର ଗାଈମାନେ ପାଖାପାଖି 125ରୁ 150 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ଏମାନେ ପ୍ରତିଦିନ 2ରୁ 2.5 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ଏଥିରେ ବହୁ ପୋଷକ ତତ୍ତ୍ବ ରହିଥାଏ । ସହର ତଥା ଛୋଟ ଘରେ ଏହି ଗାଈଙ୍କ ପାଳନ ଉପଯୁକ୍ତ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ପୁଙ୍ଗନୂର ପ୍ରଜାତିର ଗାଈଙ୍କ ସମ୍ପର୍କର କିଛି ରୋତକ ତଥ୍ୟ:

କମ୍ ଉଚ୍ଚତା ବିଶିଷ୍ଟ ଗାଈ

24 ରୁ 27 ଇଞ୍ଚ ପର୍ଯ୍ୟନ୍ତ ଉଚ୍ଚ ପର୍ଯ୍ୟନ୍ତ ବଢନ୍ତି

ଓଜନ- 125ରୁ 150 କିଲୋଗ୍ରାମ ପର୍ଯ୍ୟନ୍ତ ରହେ

ସହରରେ ଛୋଟ ଛୋଟ ଘରେ ମଧ୍ୟ ଏମାନଙ୍କ ପାଳନ ସମ୍ଭବ