Surprise Me!

ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ

2025-11-21 4 Dailymotion

ତିରୁମାଳା (ଆନ୍ଧ୍ରପ୍ରଦେଶ): ପ୍ରଭୁ ତିରୁପତି ବାଲାଜୀଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି (ଶୁକ୍ରବାର) ଆନ୍ଧ୍ରପ୍ରଦେଶ ଗସ୍ତ କରି ତିରୁମାଳା ଜିଲ୍ଲାରେ ଅବସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରଭୁ ବାଲାଜୀଙ୍କୁ ଦର୍ଶନ କରି ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।

ତିରୁପତି ବାଲାଜୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି:

ସେ ପ୍ରଥମେ କ୍ଷେତ୍ରାଧିପତି ବରାହସ୍ୱାମୀ ମନ୍ଦିର ପରିଦର୍ଶନ କରିଥିଲେ । ବରାହସ୍ୱାମୀଙ୍କୁ ଦର୍ଶନ କରିବା ପରେ ରାଷ୍ଟ୍ରପତି ମୁର୍ମୁ ଶ୍ରୀବାରୀ ଯାଇଥିଲେ । ସେଠାରେ ତିରୁମାଳା ତିରୁପତି ଦେବସଂସ୍ଥାନମ (TTD) ଅଧ୍ୟକ୍ଷ ମହାଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କର ଭବ୍ୟ ସ୍ୱାଗତ କରିଥିଲେ । ମନ୍ଦିର ପ୍ରଶାସନ ଓ ମନ୍ଦିର ପୂଜାରୀ ରାଷ୍ଟ୍ରପତିଙ୍କୁ ବେଦ ମନ୍ତ୍ର ସହ ଆଶୀର୍ବାଦ ପ୍ରଦାନ କରିଥିଲେ ଓ ତୀର୍ଥ ପ୍ରସାଦ ପ୍ରଦାନ କରିଥିଲେ ।

ବିଶ୍ୱର ସବୁଠୁ ଧନୀ ମନ୍ଦିର:

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ହେଉଛି ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର, ଏହା ତିରୁମାଳା ତିରୁପତି ଦେବସଂସ୍ଥାନମ ପ୍ରଶାସନ ଦ୍ୱାରା ପରିଚାଳିତ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ...

ଚାରି ଦିନିଆ କେରଳ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ସକାଳୁ ସକାଳୁ ହେଲିପ୍ୟାଡରେ ଫସିଲା ହେଲିକପ୍ଟର ଚକ

ରାଷ୍ଟ୍ରପତିଙ୍କ 20 ଘଣ୍ଟିଆ ଓଡିଶା ଗସ୍ତ; ବିଧାନସଭା ଓ ରାଜଭବନ କାର୍ଯ୍ୟକ୍ରମରେ ହେବେ ସାମିଲ, ପ୍ରସ୍ତୁତି ଚୂଡାନ୍ତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଲ୍ଲୀ କାର୍ଯ୍ୟକ୍ରମ ବାତିଲ, ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Buy Now on CodeCanyon