ପୁରୀ: ସାରା ଦେଶ ପାଳୁଛି 76ତମ 'ସମ୍ବିଧାନ ଦିବସ' । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳାରେ ସମ୍ବିଧାନ ଦିବସ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଛାତ୍ରଛାତ୍ରୀଙ୍କ ସହଯୋଗରେ ୬ ଫୁଟ ଉଚ୍ଚର ଭାରତୀୟ ସମ୍ବିଧାନ ପୁସ୍ତକର ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ବାଲୁକା କଳା ମାଧ୍ୟମରେ ସମ୍ବିଧାନ ଦିବସର ଶୁଭେଚ୍ଛା:

ଭାରତର 76ତମ 'ସମ୍ବିଧାନ ଦିବସ' ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ନୀଳାଦ୍ରି ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା ତିଆରି କରିଛନ୍ତି । ପ୍ରତିବର୍ଷ ୨୬ ନଭେମ୍ବରକୁ ଆମ ଦେଶରେ 'ସମ୍ବିଧାନ ଦିବସ' ଭାବେ ପାଳନ କରାଯାଏ । ଭାରତ ସ୍ୱାଧୀନ ହେବା ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତରେ ସମ୍ବିଧାନ ଗୃହିତ ହୋଇଥିଲା । ଆମ ସମ୍ବିଧାନ ବିଷୟରେ ପ୍ରତ୍ୟେକ ଭାରତୀୟଙ୍କୁ ଜାଗୃତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ । ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ, ନ୍ୟାୟ, ସ୍ୱତନ୍ତ୍ରତା, ସମାନତା, ବନ୍ଧୁତ୍ୱ ସମ୍ପର୍କରେ ଆମ ସମ୍ବିଧାନରେ ଥିବା ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ହେଉଛି ଆମ ସମ୍ବିଧାନ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ଏହାମଧ୍ୟ ପଢନ୍ତୁ...

ବିଜ୍ଞାନ ଶିକ୍ଷକଙ୍କ ଚିତ୍ରକଳା ନିଶା; ବୃକ୍ଷ ସୁରକ୍ଷା ପାଇଁ ଗଛରେ କରୁଛନ୍ତି ଆର୍ଟ, ହାତେଇଲେଣି ବହୁ ରେକର୍ଡ

58ବର୍ଷରେ ପାଦ ଥାପିଲେ ଅକ୍ଷୟ କୁମାର, ବାଲୁକା କଳାରେ ଜନ୍ମଦିନ ଶୁଭେଛା ଜଣାଇଲେ ସୁଦର୍ଶନ

ଅଭିଜିତ ମଜୁମଦାର ଅସୁସ୍ଥ, ବାଲୁକା କଳାରେ ସୁସ୍ଥତା କାମନା କଲେ ସୁଦର୍ଶନ
76ତମ ସମ୍ୱିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ,'ଦେଶ ପ୍ରତି ମୌଳିକ କର୍ତ୍ତବ୍ୟ ପାଳନ କରନ୍ତୁ ନାଗରିକ'
ଇଟିଭି ଭାରତ, ପୁରୀ