Surprise Me!

ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ

2025-12-04 1 Dailymotion

ନିମାପଡ଼ା: ଶୀତୁଆ ସନ୍ଧ୍ୟାରେ ଜମୁଛି କୋଣାର୍କ ମହୋତ୍ସବ 2025 । ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ କମ୍ପୁଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁକ୍ତାକାଶ ରଙ୍ଗମଞ୍ଚ । ଗତକାଲି (ବୁଧବାର) ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ଓଡ଼ିଶୀ ନୃତ୍ୟ । ଏଥିରେ ଅତିଥି ରୂପେ ଯୋଗ ଦେଇଥିଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଟ୍ରାଇର ଅଧ୍ୟକ୍ଷ ଏ.କେ ଲାହୋଟି, ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ଏବଂ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ।

ତୃତୀୟ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱରରୁ ଆସିଥିବା ସୃଜନ ଅନୁଷ୍ଠାନର କଳାକାରମାନେ ପ୍ରଥମ ଅର୍ଘ୍ୟରେ ପ୍ରଦର୍ଶିତ କରିଥିଲେ ଅଦ୍ଵିତୀୟମ । ଯାହା ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ମଞ୍ଚରେ ବାନ୍ଧି ରଖିଥିଲା । ପରେ କେରଳରୁ ଆସିଥିବା କେରଳ କଳା ମଣ୍ଡଳମ ଅନୁଷ୍ଠାନର କଳାକାରମାନେ କଥକଲି ନୃତ୍ୟ ପରିବେଷଣ କରିଥିଲେ । ଯେଉଁଥିରେ କଳାକାରମାନେ ମହାଭାରତର ଦୁର୍ଯ୍ୟୋଧନ ବଦ୍ଧର କାହାଣୀ ପ୍ରଦର୍ଶିତ କରିଥିଲେ । ଯାହା ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା।

ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକା ରାଶିରେ ୧୫ ତମ୍ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଜାରି ରହିଛି । ତୃତୀୟ ଦିନରେ ଜଳ ଜୀବନ ଏବଂ ମହିଳା ସଶକ୍ତିକରଣ ବିଷୟ ବସ୍ତୁକୁ ବହୁ ସୁନ୍ଦର ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ ଶିଳ୍ପୀମାନେ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଅନେକ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଧାଇଁ ଆସିଥିଲେ ।

ଏନେଇ ଜଣେ ନୃତ୍ୟଶିଳ୍ପୀ କହିଛନ୍ତି," ନିଜକୁ ବହୁତ ଗର୍ବ ଲାଗୁଛି ଯେ ଆମେ ଏତେ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଆମର କଳାକୁ ପ୍ରଦର୍ଶନ କରିପାରୁଛୁ । ଆମେ ଆଗରୁ ମଧ୍ୟ ଏଠାରେ ନୃତ୍ୟ କରିଛୁ । ଏଠାକୁ ଦେଶର ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କଳାକାରମାନେ ଆସିଛନ୍ତି । ଆମକୁ ବହୁତ ଖୁସି ଲାଗୁଛି ।"
ଏହା ମଧ୍ୟ ପଢନ୍ତୁ...କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ନୃତ୍ୟ ସହ ବାଳୁକା କଳାର ମଜା ନେଉଛନ୍ତି ପର୍ଯ୍ୟଟକ

ଇଟିଭି ଭାରତ, ନିମାପଡ଼

Buy Now on CodeCanyon