Surprise Me!

ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ

2025-12-22 67 Dailymotion

Santali Bhasha Vijay Diwas ରାଇରଙ୍ଗପୁର: ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାନ୍ତାଳୀ ଭାଷା ଦିବସ ପାଳିତ ହୋଇ ଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି କମିଟି ପକ୍ଷରୁ ବିଜାତଳା ସ୍ଥିତ ବିଜତଳା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମଧ୍ୟ ସାନ୍ତାଳୀ ଭାଷା ଦିବସ ପାଳିତ ହୋଇଥିଲା । ଯେଉଁଥିରେ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ ପ୍ରମୁଖ ଯୋଗ ଦେଇ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ କରିଥିଲେ ।

ଆଦିବାସୀ ପାରମ୍ପାରିକ ନୃତ୍ୟ ଗୀତରେ ଝୁମିଲା ମୟୂରଭଞ୍ଜ:

ପ୍ରଥମେ ରାଇରଙ୍ଗପୁର ସହର ମୁର୍ମୁ ଛକ ସ୍ଥିତ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ବିଜତଳା ହାଟ ପଡ଼ିଆରୁ ଉଚ୍ଚ ବିଦ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସି ପାରମ୍ପରିକ ନୃତ୍ୟ ଗୀତ ଓ ପୋଷାକରେ ଶୋଭାଯାତ୍ରା ପରିକ୍ରମା କରିଥିଲେ । ବିଜତଳା ସ୍କୁଲ ପଡ଼ିଆ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଜତଳା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମର ମାଝୀ ବାବାଙ୍କୁ ମଞ୍ଚ ଆମନ୍ତ୍ରଣ କରାଯାଇ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।

କେବେଠୁ ପାଳନ ହେଉଛି ସାନ୍ତାଳୀ ଭାଷା ଦିବସ ?

୨୦୦୩ ଡିସେମ୍ବର ୨୨ରେ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଆଦିବାସୀ ସାନ୍ତାଳୀ ଭାଷାକୁ ସାମିଲ କରାଯାଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ଉକ୍ତ ଦିବସ ପାଳନ କରାଯାଉଛି । ଏହି ଅବସରରେ ସାନ୍ତାଳୀ ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସମସ୍ତେ ଏକତ୍ରିତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନକୁ ସ୍ମରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

'ଓଡ଼ିଆ ଅସ୍ମିତାର ଦୀପଶିଖା କୋରାପୁଟ', ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ 545 କୋଟିର ଭେଟି

ଆଦିବାସୀ ଇଲାକାରେ ସ୍ବଚ୍ଛତା ଓ ସବୁଜ ଗ୍ରାମ 'ଢର୍ରୋକୁସମ୍', ଗାଁ ପରିବେଶରେ 'ହୋମ ଷ୍ଟେ', ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ନବୀନ ରାମ, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

Buy Now on CodeCanyon