Dharmendra Pradhan ସମ୍ବଲପୁର: ସମ୍ବଲପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଶତାବ୍ଦୀ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତି ରାଜମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ସଙ୍ଘର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପ୍ରଥମେ ସଙ୍ଘ ପକ୍ଷରୁ ଗୋଲବଜାର ସ୍ଥିତ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ବିଦ୍ୟାଳୟ ପରିସରରୁ ଏକ ପଥ ସଞ୍ଚଳନ ବାହାରି ସହର ପରିକ୍ରମା କରି ପୁଣି ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ପରିସରରେ ପହଞ୍ଚିଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ୟୁନିଫର୍ମ ପିନ୍ଧି ମୁଣ୍ଡରେ ଟୋପି ସହ ହାତରେ ଲାଠି ଧରି ପଥ ସଞ୍ଚଳନରେ ସାମିଲ ହୋଇ ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...

ଅନୁଗୋଳ-ତାଳଚେର ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା; କେନ୍ଦ୍ର ଓ ରାଜ୍ୟକୁ ଲେଖିଲେ ପତ୍ର

ଏନଆଇଟି ହେବ ଓଡ଼ିଶା ଏବଂ ଭାରତର ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗ ଦୋଇଛନ୍ତି । ଏହାସହ ସମ୍ବଲପୁର ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ 'ଗୋଷ୍ଠୀ କେନ୍ଦ୍ର' ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର