ପୁରୀ: 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ସବମୁଖର ସାରା ଦେଶ । ବାଲୁକା ଚିତ୍ରକଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ସମଗ୍ର ଦେଶ ପାଳୁଛି 77ତମ ସାଧାରଣତନ୍ତ୍ର ଦିବସ । ଆକାଶରେ ଫର ଫର ହୋଉ ଉଡୁଛି ତ୍ରିରଙ୍ଗା, ଗଗନ ପବନରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଏହି ଅବସରରେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଚିତ୍ରଶିଳ୍ପି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟାମରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ବାଲୁକା କଳାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି," ଆଜିର ଏହି ପବିତ୍ର ଦିନରେ ଦେଶର ସମସ୍ତ ନାଗରିକଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ ।"

ଏହା ମଧ୍ୟ ପଢନ୍ତୁ...77ତମ ସାଧାରଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ବିଧାନସଭାରେ ଗଣତନ୍ତ୍ର ଦିବସ ପାଳିତ

ଏହା ମଧ୍ୟ ପଢନ୍ତୁ... ପଦ୍ମ ପୁରସ୍କାର 2026: ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ

ଇଟିଭି ଭାରତ, ପୁରୀ