ହାଇଦ୍ରାବାଦ: କୋରାପୁଟିଆ ଢେମସା ନୃତ୍ୟରେ ଦୁଲୁକିଲା ହାଇଦ୍ରାବାଦ, ରଙ୍ଗବତୀ ତାଳେ ତାଳେ ନାଚିଲେ ପ୍ରବାସୀ ଓଡ଼ିଆ । ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ (SOWW) ପକ୍ଷରୁ ହାଇଦ୍ରାବାଦର ଶିଳ୍ପାରମମ୍ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର ଗତକାଲି (ଶନିବାର) ଦ୍ବିତୀୟରେ ଓଡ଼ିଶାର କଳା ସଂସ୍କୃତି, ଖାଦ୍ୟପେୟ ଓ ହସ୍ତଶିଳ୍ପକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇଏଏସ୍ ଅଧିକାରୀ ବିଭୂ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିବା ସହ କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କ ଗୀତରେ ଝୁମି ଥିଲେ ଦର୍ଶକ । ସେପଟେ ଆଜି (ରବିବାର) ଏହି ମେଳାର ଉଦଯାପନୀ ଦିବସ।

ଏହି ଅବସରରେ ପୂର୍ବତନ ଆଇଏଏସ୍ ଅଧିକାରୀ ବିଭୂ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି,"ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ତରଫରୁ ହାଇଦ୍ରାବାଦରେ ଆରମ୍ଭ ହୋଇଛି ଓଡିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ।ଏହା ବହୁତ ବର୍ଗର ବିଷୟ । ସେମାନେ ଓଡ଼ିଶାର କଳା ସଂସ୍କୃତି ଏବଂ ଖାଦ୍ୟପେୟକୁ ଆଣି ହାଇଦ୍ରାବାଦରେ ପ୍ରଦର୍ଶିତ କରୁଛନ୍ତି । ମୁଁ ଗତ 4 ବର୍ଷ ହେଲା ଏଠାକୁ ଆସୁଛି । ଚଳିତ ଥର 60ରୁ ଅଧିକ ଷ୍ଟଲ ଆସିଛି । ଚଳିତ ଥର ଓଡ଼ିଶା ସରକାର ମଧ୍ୟ ସାହାଯ୍ଯର ହାତ ବଢାଇଛନ୍ତି ।ଏହି ମେଳାକୁ ସମସ୍ତେ ଆସନ୍ତୁ ଏବଂ ଓଡ଼ିଶା ବାହାରେ ଆମର ପାରମ୍ପରିକ ଖାଦ୍ୟର ମଜା ନିଆନ୍ତୁ ।"

ଏହା ମଧ୍ୟ ପଢନ୍ତୁ...ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା, ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟରେ SOWW ପରିବାର

ଏହା ମଧ୍ୟ ପଢନ୍ତୁ... ବିବାହ ହେଉ କି ରିସେପସନ, ଭଡାରେ ମିଳୁଛୁ ଓ୍ବେଡିଂ ଡ୍ରେସ୍; ନିବେଦିତାଙ୍କ ଏକ ଓର୍ ବାର୍ ଷ୍ଟୋର

ବ୍ୟୁରୋ ରିପୋର୍ଟ, ହାଇଦ୍ରାବାଦ