କେନ୍ଦ୍ରାପଡା: ଘଣ୍ଟ ଘଣ୍ଟା କରତାଳ ସାଙ୍ଗକୁ ପାରମ୍ପରିକ ନୃତ୍ୟର ଆସର । ଭକ୍ତଙ୍କ ଗହଣରେ ବିମାନରେ ଝୁଲି ଆସି ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚାରି ଠାକୁର । ସେମାନେ ହେଲେ ରଘୁନାଥଜୀଉ, ଲକ୍ଷ୍ମଣଜୀଉ, ଭରତଜୀଉ ଓ ଶତ୍ରୁଘ୍ନଜୀଉ । ଏହା ସହିତ ଆରମ୍ଭ ହୋଇଯାଇଛି ପଞ୍ଚୁଦୋଳ ମେଳଣ । ଏହା ଛାମୁ ମେଳଣ ଭାବେ ମଧ୍ୟ ପ୍ରସିଦ୍ଧ । ଏହି ଅବସରରେ ଭକ୍ତମାନେ ଘରେ ଘରେ ଝୋଟି ଚିତା ଆଙ୍କି ପ୍ରଭୁଙ୍କୁ ସ୍ବାଗତ ଜଣାଇଛନ୍ତି । ଏହି ପରମ୍ପରା ଖୁବ୍ ପୁରାତନ । ଏହା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ ଓ କିମ୍ବଦନ୍ତୀରେ ବର୍ଣ୍ଣିତ ରହିଛି ।

ପଞ୍ଚୁଦୋଳ ବା ଛାମୁ ମେଳଣ:
ଛାମୁ ବା ବଳଦେବଜୀଉଙ୍କ ସମ୍ମୁଖରେ ଚାରିଜୀଉ ଉପନୀତ ହେବା ପରେ ଧୁମ୍ଧାମ୍ରେ ଆରମ୍ଭ ହୋଇଯାଇଛି ପଞ୍ଚୁଦୋଳ ମେଳଣ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ରଙ୍ଗ ଖେଳିବା ପରେ ଜିଲ୍ଲାରେ ରଙ୍ଗର ପର୍ବ ହୋଲି ପାଳନ କରାଯାଏ । ଏହା ବହୁ ପୁରାତନ କାଳରୁ ପ୍ରଚଳିତ । ଦୋଳ ପୂର୍ଣ୍ଣିମାର ପାଞ୍ଚଦିନ ପରେ ବଳଦେବଜୀୟୁଙ୍କ ରଥ ଦାଣ୍ଡରେ "ଛାମୁ ମେଳଣ" ଅନୁଷ୍ଠିତ ହୋଇଥାଏ । ଏହି ମେଳଣର ମୁଖ୍ୟ କୁଶିଆପାଳ ପଞ୍ଚାୟତ ବାଲିପାଟଣାର ପ୍ରଭୁ ଲକ୍ଷ୍ମଣଜୀଉ, ରାମଜୀଉଙ୍କ ସହ ଭରତଜୀଉ ଓ ଶତ୍ରୁଘ୍ନଜୀଉ ଚାରିଭାଇ ମହାପ୍ରଭୁ ବଳଦେବଜୀୟୁଙ୍କ ସାମ୍ନାରେ ବସିବା ପରେ ଏହି ମେଳଣ ଆରମ୍ଭ ହେଉଥିବାରୁ ଏହାକୁ "ଛାମୁ ମେଳଣ" ମଧ୍ୟ କୁହାଯାଇଥାଏ ।

ଏହା ମଧ୍ୟ ଦେଖନ୍ତୁ:

ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ

ହୋଲି ରଙ୍ଗରେ ନୁହେଁ; ଗୋଳାବାରୁଦ ଫୁଟାଇ ଉତ୍ସବ ପାଳନ୍ତି ଏହି ଗାଁର ଲୋକେ

ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ

ଇଟିଭି ଭାରତ, କେନ୍ଦ୍ରାପଡ଼ା