Surprise Me!

ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ

2026-04-15 30 Dailymotion

ଜଗତସିଂହପୁର: କଳା ଓ କଳାକାରର କୌଣସି ଜାତି, ଧର୍ମ ଓ ସଂପ୍ରଦାୟ ନଥାଏ । ଯାହାର ପ୍ରମାଣ ଦେଖିବାକୁ ମିଳିଛି ଜଗତସିଂହପୁରରେ ଆୟୋଜିତ ଓଡ଼ିଆ ନବବର୍ଷ ପାଳନ ଉତ୍ସବରେ । ଆର.କେ. ସାହିଲ ନାମକ ଜଣେ ମୁସଲମାନ ଯୁବକ ପାରମ୍ପରିକ ଲୋକନୃତ୍ୟ 'ମହାଳି ନୃତ୍ୟ' ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ଜଗତସିଂହପୁର ସହରର ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଓଡ଼ିଆ ନବବର୍ଷ ପାଳିତ ହୋଇଥିଲା । ଏହି ଅବସରରେ ଆର.କେ. ସାହିଲଙ୍କ ମହାଳି ନୃତ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ସାହିଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଦୀର୍ଘଦିନ ଧରି ଓଡିଶୀ ଓ ମହାଳି ନୃତ୍ୟ ପରିବେଷଣ କରି ଆସୁଛନ୍ତି । କେବଳ ଓଡିଶା ନୁହେଁ ଦେଶ ଓ ଦେଶ ବାହାରେ ସେ ଏହି ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସା ପିଇଛନ୍ତି । ସେ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ତାଙ୍କର ଅଗାଢ଼ ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ମନ୍ଦିରକୁ ଯାଇ ନପାରୁଥିଲେ ମଧ୍ୟ ରଥଯାତ୍ରା ସମୟରେ ସେ ରଥ ସମ୍ମୁଖରେ ମହାଳି ନୃତ୍ୟ ପରିବେଷଣ କରି ଆନନ୍ଦ ଲାଭ କରନ୍ତି ।

ଆର.କେ. ସାହିଲ କହିଛନ୍ତି, "ଅନ୍ତରରୁ ମୁଁ ଜଗନ୍ନାଥଙ୍କୁ ଭଲ ପାଏ । ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଆଗକୁ ବଢ଼ୁଛି । ମନ୍ଦିର ଭିତରକୁ ସିନା ଯାଇପାରେ ନାହିଁ, କିନ୍ତୁ ରଥଯାତ୍ରାରେ ନିଜେ କାଳିଆ ଠାକୁର ବାହାରକୁ ଆସି ଦର୍ଶନ ଦିଅନ୍ତି ।"

ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ତତ୍ୱବଧାନରେ ଅନୁଷ୍ଠିତ ଓଡ଼ିଆ ନୂଆବର୍ଷ ପାଳନ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଯୋଗଦେଇ ଓଡ଼ିଆ ଭାଷାକୁ ବଞ୍ଚିବାରେ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ଯେ, 1936 ମସିହାରେ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଯାଇଥିଲା । ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ସେ ସମୟରେ ମହାମନୀଷ ମାନେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଥିଲେ ତାହା ଅବର୍ଣ୍ଣନୀୟ । ଓଡ଼ିଆ ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି । ଓଡ଼ିଆ ଅସ୍ମିତାକୁ ନେଇ ସରକାର ସଚେତନ ଅଛନ୍ତି । ଓଡ଼ିଆମାନେ ସ୍ବତଃପ୍ରବୁତ ଭବେ ପଣା ସଂକ୍ରାନ୍ତିକୁ ପାଳନ କରି ଆସୁଛନ୍ତି । ମଧ୍ୟ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିବ ।

ଏହା ମଧ୍ୟ ପଢ଼ନ୍ତୁ...

ଶେଷ ହେଲା ପ୍ରସିଦ୍ଧ ଦଣ୍ଡନୃତ୍ୟ, ଆଧ୍ୟାତ୍ମିକତା ମଧ୍ୟରେ ପ୍ରାୟ ୨୦ କୋଟିର ଧାର୍ମିକ ବ୍ୟବସାୟ

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର ରାଜଧାନୀ, 108 ହନୁମାନ ମନ୍ଦିରରେ ଚାଲିଛି ହନୁମାନ ଚାଳିଶା ପାଠ

ଇଟିଭି ଭାରତ, ଜଗତସିଂହପୁର

Buy Now on CodeCanyon