Surprise Me!

Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ

2026-04-20 1 Dailymotion

ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଶୁଭାରମ୍ଭ ହେବ । ଏହି ପବିତ୍ର ଦିବସ ନେଇ ସାରା ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ମାହୋଲ । ଏହି ଅବସରରେ ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍‌ରେ ଏକ ସୁନ୍ଦର୍ ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ ।

ବାଲିରେ ନିଖୁଣ ଚିତ୍ରକଳା:

ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି ତିଆରି ହେଇଥିବା ବେଳେ ତିନୋଟି ରଥକାଠକୁ ପୂଜାର୍ଚ୍ଚନା କରାଯାଉଥିବାର ପ୍ରତିକୃତିକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଶୁଭେଚ୍ଛା ଜଣାଇଲେ ସୁଦର୍ଶନ:

ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘ଆଜିର ପଵିତ୍ର ଦିବସରେ ମହାପ୍ରଭୁଙ୍କ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଆଜି ହେଉଛି ଏକ ପବିତ୍ର ଦିବସ । ଏହି ଅବସରରେ ମୁଁ ମୋର ବାଲୁକା ଚିତ୍ରକଳା ମାଧ୍ୟମରେ ଏହି ପବିତ୍ର ଦିବସର ଶୁଭେଚ୍ଛା ଦେଇଛି । ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ।’

ଏହା ମଧ୍ୟ ପଢନ୍ତୁ:
ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଦାରୁବ୍ରହ୍ମଙ୍କ ରଥ ନିର୍ମାଣ ସହ ଚନ୍ଦନ ଯାତ୍ରା ଆରମ୍ଭ
ରାତି ପାହିଲେ ଅକ୍ଷୟ ତୃତୀୟା; ସୁନା ବଜାରରେ ଖଚାଖଚ ଭିଡ, ଜାଣନ୍ତୁ, ସୁନା ଦୋକାନୀଙ୍କ ଅଫର୍...

Buy Now on CodeCanyon