Surprise Me!

କେନ୍ଦ୍ରାପଡ଼ାରେ ୧୧୬ଟି ବିଦ୍ୟାଳୟରେ ଫଳାଫଳ ଶତ ପ୍ରତିଶତ, ଦେବଦର୍ଶୀ ମଣ୍ଡଳ ଜିଲ୍ଲାରେ ମାଟ୍ରିକ ଟପ୍ପର

2026-05-03 2 Dailymotion

କେନ୍ଦ୍ରାପଡ଼ା: ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ କେନ୍ଦ୍ରାପଡା ଜିଲ୍ଲାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଜିଲ୍ଲାରେ ୧୧୬ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ରହିଥିବା ବେଳେ ଗୋଟିଏ ବିଦ୍ୟାଳୟରେ ଫଳାଫଳ ଶୂନ ରହିଛି ।

କେନ୍ଦ୍ରପଡ଼ା ମହାକାଳପଡ଼ା ବ୍ଲକ ଅଧିନ ଖରିନାସୀ ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ମୋଟ ୬୦୦ରୁ ୫୭୧ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଏନେଇ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଦେଇଛି । କୃତିଛାତ୍ର ଦେବଦର୍ଶୀ ମଣ୍ଡଳ କହିଛନ୍ତି, "ମୁଁ ଦୈନିକ ୭ରୁ ୮ଘଣ୍ଟା ପରିଶ୍ରମ କରି ପାଠ ପଢ଼ୁଥିଲି । ମୋର ଆଦର୍ଶ ହେଉଛନ୍ତି ମୋ ବଡଭାଇ, ତାଙ୍କୁ ଦେଖି ମୁଁ ପାଠପଢ଼େ । ମୋ ସଫଳତାର ଶ୍ରେୟ ପରିବାର ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିଶ୍ଚୟ ଦେବି । ଆଗକୁ ମୁଁ ISROରେ ଜଣେ ବୈଜ୍ଞାନିକ ହେବାକୁ ଆଶା ରଖିଛି ।"

କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ପରୀକ୍ଷା ଫଳାଫଳ:

ମାଟ୍ରିକ ପରୀକ୍ଷା ପଞ୍ଜିକରଣ: ୧୯୨୨୮ ଜଣ

ପରୀକ୍ଷା ଦେଇଥିଲେ: ୧୮୯୬୮ ଜଣ

ପରୀକ୍ଷାରେ ଉତ୍ତୀର୍ଣ୍ଣ ସଂଖ୍ୟା: ୧୮୨୦୩ ଜଣ

ଫେଲ୍‌ ପରୀକ୍ଷାର୍ଥୀ: ୭୬୫ ଜଣ

କେନ୍ଦ୍ରାପଡା ଜିଲ୍ଲାରେ ପରୀକ୍ଷା ପାସ୍ ହାର ପ୍ରତିଶତ ୯୫.୯୭ ରହିଛି ।

A1 ଗ୍ରେଡ୍‌ରେ ୫୩ ଜଣ

A2 ଗ୍ରେଡ୍‌ରେ ୪୭୭ ଜଣ

B1 ଗ୍ରେଡ୍‌ରେ ୧୪୨୯ ଜଣ

B2 ଗ୍ରେଡ୍‌ରେ ୨୯୨୮ଜଣ

C ଗ୍ରେଡ୍‌ରେ ୪୩୭୪ ଜଣ

D ଗ୍ରେଡ୍‌ରେ ୫୨୨୦ଜଣ

E ଗ୍ରେଡ୍‌ରେ ୩୭୨୨ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ଗତବର୍ଷ କେନ୍ଦ୍ରାପଡ଼ା ସହରର ଭାରତୀ ବିଦ୍ୟାମନ୍ଦିରର ଛାତ୍ର ଜିଲ୍ଲା ସ୍ତରରେ ଟପ୍ପର ହୋଇଥିଲେ । ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ A1 ଗ୍ରେଡରେ ୬ଜଣ କୃତକାର୍ଯ୍ୟ ହୋଇଛନ୍ତି, ଯାହା ବିଦ୍ୟାଳୟର ସର୍ବକାଳୀନ ରେକର୍ଡ । ଗତବର୍ଷ ୪ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତଥର ୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ପାଇବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଖୁସି ମନାଇଛନ୍ତି ।

ଏହା ମଧ୍ୟ ଦେଖନ୍ତୁ:

ରାଜ୍ୟରେ ଯୁଗ୍ମ ଟପ୍ପର ହେଲେ ବାରିପଦାର ପାର୍ଥସାରଥୀ: ରାଇରଙ୍ଗପୁର ଉପଖଣ୍ଡରେ ଟପ୍ପର ହେଲେ ପ୍ରାଚୀ ମିଶ୍ର

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ

ମାଟ୍ରିକ ପରୀକ୍ଷାରେ ଚମକିଲେ ବାଇକ୍ ମେକାନିକଙ୍କ ପୁଅ, 93.3% ନମ୍ବର ରଖି ବ୍ୟାସନଗର ପାଇଁ ଆଣିଲେ ଗୌରବ

ମାଟ୍ରିକ ପରୀକ୍ଷା ରେଜଲ୍ଟ, ଦେଖନ୍ତୁ LIVE

ଇଟିଭି ଭାରତ, କେନ୍ଦ୍ରାପଡ଼ା

Buy Now on CodeCanyon