JUVENTICA , କେନ୍ଦ୍ରାପଡ଼ା: ୟୁନିସେଫ (UNICEF)ର ସହଯୋଗରେ ଓଡିଶା ପୋଲିସ ପକ୍ଷରୁ ରାଜ୍ୟର ସମସ୍ତ ଥାନାରେ "ଜୁଭେଣ୍ଟିକା-କିଶୋରୀମାନଙ୍କ ସହିତ CWPO ପ୍ରସାର" ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ପୋଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ସ୍ଥାନୀୟ ସଦର ଥାନା ପରିସରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ଯୋଗଦେଇ କିଶୋର ଅବସ୍ଥାରେ ଘଟୁଥିବା ବିଭିନ୍ନ ଅପରାଧ, ସାଇବର ସୁରକ୍ଷା, ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କିଶୋର କିଶୋରୀମାନଙ୍କ ସହ ପୋଲିସ ଅଧିକାରୀମାନଙ୍କ ଆଲୋଚନା, ସାଇବର ସୁରକ୍ଷା ଉପରେ ଭିଡିଓ ପ୍ରଦର୍ଶନ ଏବଂ ମତ ବିନିମୟ ସଭା ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...

ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: 1500ରୁ ଅଧିକ କିଶୋର-କିଶୋରୀଙ୍କ ଯୋଗଦାନ

ରିଲ୍ସରେ ମନୋରଞ୍ଜନ କରାଉଛନ୍ତି ହୋମଗାର୍ଡ ପ୍ରସନ୍ନ, ବାଣ୍ଟୁଛନ୍ତି ଟ୍ରାଫିକ୍ ସଚେତନତା ବାର୍ତ୍ତା, ବଢୁଛି ଲୋକପ୍ରିୟତା

ଇଟିଭି ଭାରତ, କେନ୍ଦ୍ରାପଡା