ନିଆଳି: ଆଜି ହେଉଛି ପହିଲି ପହିଲି ରଜ । ଗାଁ ଗଣ୍ଡାରେ ପୋଡ ପିଠାର ବାସ୍ନା ମହମହ ବାସୁଛି । ରଜପାନ, ପୁଚି ଖେଳ, ଝୋଟି, ଦୋଳି ଖେଳର ଆସର ଜମିବାରେ ଲାଗିଛି । ଝିଅ ଠାରୁ ବୋହୂ ସମସ୍ତେ ନୂଆ ପୋଷାକ ସାଙ୍ଗକୁ ଗୋଡରେ ଅଳତା, ହାତରେ ମେହେନ୍ଦି ଲଗାଇ, ପାନ ଖାଇ ପହିଲି ରଜକୁ ସ୍ବାଗତ କରିଛନ୍ତି । ନିଆଳି ଜଲ୍ଲାରପୁର ପଞ୍ଚାୟତରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଭିନେତା ବବି ମିଶ୍ର ଯୋଗ ଦେଇ ଏହାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଇଛି । ସେହିପରି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ମଧ୍ୟ ରଜ ପାଇଁ ସାଇଲୋ ବଡବିଲ ହାଇସ୍କୁଲ ପରିସରରେ ଆଞ୍ଚଳିକ ରଜ ଉତ୍ସବ ମହାସମାରୋହରେ ଯୋଗ ଦେଇଛନ୍ତି ।

ଓଡ଼ିଶାର ଗଣ ପର୍ବ 'ରଜୋତ୍ସବ':
ଓଡ଼ିଶାର ଗଣ ପର୍ବ ରଜ । ରଜ ପୂର୍ବ ଦିନକୁ ସଜବାଜ କୁହାଯାଏ । ଏହା ପରେ ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ଆଦି ପାଳନ କରାଯାଇଥାଏ । ଏହା ଏକ କୃଷିଭିତ୍ତିକ ପର୍ବ । ଯାହା ଚାଷର ଆରମ୍ଭକୁ ସୂଚାଇଥାଏ । ଏହି ପର୍ବ ପୃଥିବୀ ମା' ରଜସ୍ୱଳା ହେବା ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜ ପର୍ବରେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ଖେଳ ଖେଳି ବୁଲାବୁଲି କରି ପର୍ବର ମଜା ନିଅନ୍ତି ।

ଏହା ମଧ୍ଯ ପଢନ୍ତୁ:

ମାଟି ଓ ମେଘର ମିଳନର ପର୍ବ ରଜ, ପୋଡପିଠା ପାନରେ ମହକୁଛି ଗାଁ ଠୁ ସହର

ଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏଥର ରଜରେ "DIGESTIVE ପାନ"... ରମାକାନ୍ତଙ୍କ ଦୋକାନରେ ଗ୍ରାହକଙ୍କ ଗହଳି, ଭେରାଇଟି 70ରୁ 80

ଇଟିଭି ଭାରତ, ନିଆଳି